ଘର ପାଇଁ ‘ବାସ୍ତୁ ବିଜ୍ଞାନ’-1: କେତେ ଜରୁରୀ?

0
  • TATKAL ODISHAର ନୂଆ ‘ସ୍ତମ୍ବ’ରେ ବିଶିଷ୍ଟ ଵାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର

ଭୁବନେଶ୍ୱର//TATKAL ODISHA//ବାସ୍ତୁ ବିଜ୍ଞାନ//

  • +++++++++++++++++
  • ଇଂ ଅଜୟ କୁମାର ମହାପାତ୍ର
  • +++++++++++++++++

ଗୃହ ନିର୍ମାଣକଳା ସମ୍ପର୍କିତ ଜ୍ଞାନକୁ ହିଁ ସାଧାରଣତଃ ‘ବାସ୍ତୁବିଜ୍ଞାନ’ କୁହାଯାଏ । ସଂକ୍ଷେପରେ କହିବାକୁ ଗଲେ, ‘ବାସ୍ତୁ’ର ଅର୍ଥ ବାସସ୍ଥାନ ଏବଂ ଏତଦ୍ ବିଷୟକ ବିସ୍ତୃତ ଜ୍ଞାନର ଗ୍ରନ୍ଥ ହେଉଛି ବାସ୍ତୁବିଜ୍ଞାନ ବା ବାସ୍ତୁଶାସ୍ତ୍ର I ବାସ୍ତୁବିଜ୍ଞାନର ଭିତ୍ତିଭୂମିରେ ପ୍ରସ୍ତୁତ ହୋଇଥିବା ବାସଗୃହ ଗୃହକର୍ତ୍ତାଙ୍କ ଚିନ୍ତା-ଚେତନାର ବୃଦ୍ଧି ଓ ସଂବୃଦ୍ଧି ଘଟାଇବା ସଙ୍ଗେ ସେଙ୍ଗ ଜୀବନର ପୂର୍ଣ୍ଣତା ତଥା ସୁଖ-ସୌହାର୍ଯ୍ୟ ବିମଣ୍ଡିତ କରିଥାଏ । ବିଜ୍ଞାନର ପୃଷ୍ଠଭୂମିରେ ଦଣ୍ଡାୟମାନ କରିଥିବା ଆଜିର ଆଧୁନିକ ମଣିଷ ହୁଏତ ଏସବୁ ପାଇଁ ବାସ୍ତୁବିଜ୍ଞାନ ଅବଲମ୍ବନରେ ନିଜର ବାସଗୃହ ପ୍ରସ୍ତୁତି କରି ଆସୁଛି – ଏହା ସ୍ବୀକାର୍ଯ୍ୟ ।

ବାସ୍ତୁବିଜ୍ଞାନ ଅଧ୍ୟୟନର ଉପଯୋଗିତା


ବାସ୍ତୁବିଜ୍ଞାନ ଅଧ୍ୟୟନ ଉପଯୋଗିତା ଯେତିକି ଅତ୍ୟାବଶ୍ୟକୀୟ ଏହାର ବେଦୋକ୍ତ ଦିଗ୍‌ଦର୍ଶନରେ ପରିଚାଳିତ ହେବା ସେତିକି ଗୁରୁତ୍ଵପୂର୍ଣ୍ଣ ମଧ୍ୟ I ସାମୟିକ ବିଡ଼ମ୍ବନା ଓ ଅବମାନନାରେ ସୁଦୀର୍ଘ ଜୀବନର ବାସଗୃହ ଶାସ୍ତ୍ର ସନ୍ନିବିଷ୍ଟ ବିଧି  ଲଂଘନ କଲେ ଜୀବନରେ ଅନେକ ଦୁଃଖବିଷାଦ, ଦାରିଦ୍ର୍ୟ – ତାଡ଼ନା ଭରି ଦେଇଥାଏ I


 ସୁତରାଂ, ବାସ୍ତୁଶାସ୍ତ୍ରର ଉପଯୋଗିତା ଓ ମହନୀୟତା ସର୍ବସ୍ବୀକୃତ ଓ ସର୍ବାଦୃତ ମଧ୍ୟ। ପ୍ରାଚୀନ ମୁନିଋଷିଙ୍କ ବେଦୋକ୍ତ ବିଧ୍ ଅବଲମ୍ବନରେ ବାସଗୃହ ନିର୍ମାଣ କଲେ ମାନବ ଜୀବନରେ ଚିନ୍ତା-ଚେତନାର ସଂବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ସ୍ବାସ୍ଥ୍ୟ, ଶାନ୍ତି, ସଫଳତା, ଧନଧାନ୍ୟ ପରିପୂର୍ଣ୍ଣତା ସର୍ବୋପରି ମହାନ ବ୍ୟକ୍ତିତ୍ବର ଉଦ୍ରେକ ସାଧ୍ୟ ହୋଇଥାଏ ।

ଅର୍ଥ, ଧର୍ମ, କାମ ଓ ମୋକ୍ଷ ଲିପ୍‌ସୁ ମଣିଷ ମହାପଞ୍ଚଭୂତଙ୍କ ଆଶୀର୍ବାଦରେ ପାରିବାରିକ, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଜୀବନରେ ପରମ ସୁଖ ଲାଭ କରିଥାନ୍ତି ।  ଜୀବନର ଏହି ପୂର୍ଣତା ହିଁ ବାସଗୃହର ଶାସ୍ତ୍ର ସ୍ବୀକୃତ ପରିପୂର୍ଣତାକୁ ହିଁ ବୁଝାଇଥାଏ । ଅନ୍ୟ ଅର୍ଥରେ ଉଭୟ ବାସଗୃହ ଓ ବାସ୍ତୁଶାସ୍ତ୍ର ପରି ଦୂର କ (Complementary) ଅଟନ୍ତି ।

ବାସଗୃହ ହିଁ ଗୃହକର୍ତ୍ତାଙ୍କ ଭାଗ୍ୟବିଧାତା କହିଲେ ଅତ୍ୟୁକ୍ତି ହେବ ନାହିଁ, ଯାହା ଜୀବନ ସଫଳତାର ନିର୍ଣ୍ଣାୟକ ତଥା ମାଇଲ୍‌ଖୁଣ୍ଟ ଭାବେ ପରିକଳ୍ପିତ ହୋଇଥାଏ ।


ଆର୍ଥିକ ଓ ଆଧ୍ୟାତ୍ମିକ ଅନୁସନ୍ଧିତ୍ସୁ ମଣିଷର ପରିପୂର୍ଣ୍ଣତା ମୁଖ୍ୟତଃ ଏହି ବାସଗୃହ ନିର୍ମାଣ କୌଶଳ ଉପରେ ନିର୍ଭର କରିଥିବାରୁ, ଉଭୟ ବୈଜ୍ଞାନିକ ସିଦ୍ଧାନ୍ତ ଓ ମୁନିଋଷିଙ୍କ ବେଦୋକ୍ତ ଗୃହ ନିର୍ମାଣ ପଦ୍ଧତି ଅନୁସରଣ କରିବା ନିହାତି ଜରୁରୀ

//ସମ୍ପର୍କ//*

  •  ଇଂ ଅଜୟ କୁମାର ମହାପାତ୍ର,
  • ଭୁବନେଶ୍ୱର
  • ajaykmohapatra@gmail.com
  • ମୋ- 9437179025

Leave A Reply

Your email address will not be published.