କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ‘ଓ୍ବାରେଣ୍ଟ ଅଫ୍ ଆରେଷ୍ଟ’ ଜାରି

0
  • ଡିଜିପିଙ୍କୁ ଜାତୀୟ ଜନଜାତି ଆୟୋଗଙ୍କ ନିର୍ଦେଶ

କେନ୍ଦୁଝର, କଟକ,ଭୁବନେଶ୍ୱର//TATKAL ODISHA//

କ୍ଷମତା ନିଶାରେ ଜଣେ ବରିଷ୍ଠ ପ୍ରଶାସକ କିପରି ନିୟମକୁ ‘ଫୁ’ କରିଦିଏ ଏବଂ ଜାତୀୟ ଜନଜାତି ଆୟୋଗ ଭଳି ସାମ୍ବିଧାନିକ ସଂସ୍ଥାଙ୍କ ନିର୍ଦେଶକୁ ବେଖାତିର କରେ ତା’ର ଏକ ନିଚ୍ଛକ ଘଟଣା କେନ୍ଦୁଝରରେ ଘଟିଛି I ଘଟାଇଛନ୍ତି ଖୋଦ ଜିଲ୍ଲାପାଳ I ଆଇନର ରକ୍ଷକ ହୋଇ ସେ ଭକ୍ଷକ ରୂପ ନେଇଥିବା ଅଭିଯୋଗ ହୋଇଛି I ତେଣୁ ଏବେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଉଛି I ଫଳରେ ଜିଲ୍ଲାପାଳ ହରଡ଼ ଘଣାରେ ପଡ଼ିଯାଇଛନ୍ତି I

କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ଏହି “ଓ୍ବାରେଣ୍ଟ ଅଫ୍ ଆରେଷ୍ଟ” ଜାରି କରିଛନ୍ତି ଜାତୀୟ ଜନଜାତି କମିଶନ I

ଜିଲ୍ଲାପାଳ ଶ୍ରୀ ଠାକରେଙ୍କୁ ତୁରନ୍ତ ଆଣି କମିଶନଙ୍କ ଠାରେ ହାଜର କରାଇବାକୁ ଡିଜିପି ସୁନୀଲ ବଂଶଲଙ୍କୁ କମିଶନଙ୍କ ନିର୍ଦ୍ଦେଶ ଦେଇଛନ୍ତି I

ବାରମ୍ବାର ସମନ ସତ୍ତ୍ୱେ ଶ୍ରୀ ଠାକରେ ହାଜର ହେଉନାହାନ୍ତି I ସେଥିପାଇଁ ଓ୍ବାରେଣ୍ଟ ଜାରି ହୋଇଛି I

କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ

ଜନଜାତି ଉତ୍ପୀଡ଼ନ ସଂପର୍କୀତ ବିଭିନ୍ନ ମାମଲାରେ ଜିଲ୍ଲାପାଳଙ୍କ ହାଜର ନିର୍ଦ୍ଦେଶ ଥିଲା I ବାରମ୍ବାର ସମନ ସତ୍ତ୍ୱେ ଜିଲ୍ଲାପାଳ ହାଜର ହେଉନଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନ କଡ଼ା ନିର୍ଦେଶ ଦେଇଛନ୍ତି I

ଉଲ୍ଲେଖନିୟଯେ, ଖଣି ବହୁଳ ଜିଲ୍ଲା କେନ୍ଦୁଝରରେ ଶ୍ରୀ ଠାକରେ ଦୀର୍ଘ ପ୍ରାୟ 3 ବର୍ଷ ଧରି ଜିଲ୍ଲାପାଳ ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି I ଜିଲ୍ଲାର ସ୍ଥାୟୀ ବାସିନ୍ଦା ତଥା ଅନୁସୂଚିତ ଜନଜାତି ଲୋକଙ୍କୁ ନ୍ୟାୟ ଦେବାରେ ସେ ପାତର ଅନ୍ତର କରିଛନ୍ତି ବୋଲି ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା I ସେଥିପାଇଁ ଆୟୋଗ ଏଭଳି କଡ଼ା ନିର୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି I

Leave A Reply

Your email address will not be published.